Cervical Cancer Awareness

HEALTH AWARENESS INITIATIVE

Cervical Cancer Awareness

Awareness • Prevention • Screening • Early Detection

Prof. Dr. Niranjan Rout
MBBS (Hons.), FCGP, MD, FICPath.
Former Director & Dean, Achariya Hariahar PG Institute of Cancer, Kataka
Secretary, ABC Foundation, Kataka, Odisha, India
Dr. Umesh Kumar Parida (PhD)
Chairman, NSAR Foundation, Odisha, India
✦ JOINT INITIATIVE   A Joint Venture of ABC Foundation and NSAR Foundation
Cervical Cancer Awareness
Cervical Cancer Awareness
ଗର୍ଭାଶୟ-ଦ୍ଵାର କର୍କଟ ରୋଗ ସଚେତନତା

ପ୍ରଶ୍ନ-୧: ଏହି ବିଷୟର ଏପରି ନାମକରଣ କେଉଁ ରୋଗ ପାଇଁ ହୋଇଅଛି - ଆପଣ ଜାଣନ୍ତି କି ?

ଉତ୍ତର-୧: ଗର୍ଭାଶୟ-ଦ୍ଵାର କର୍କଟ ରୋଗ ବା Cancer Cervix ପାଇଁ ଏହି ବିଷୟର ଏପରି ‘ସ୍ଲୋଗାନ’ ନାମକରଣ କରାଯାଇଅଛି।

ପ୍ରଶ୍ନ-୨: ଗର୍ଭାଶୟ-ଦ୍ଵାର କର୍କଟ ରୋଗ ବା Cancer Cervix କାହାକୁ କୁହନ୍ତି ?

ଉତ୍ତର-୨: ମହିଳାମାନଙ୍କର ତଳିପେଟରେ ଜରାୟୁ ବା ଗର୍ଭାଶୟ ରହିଥାଏ। ମାସିକିଆ ଋତୁଚକ୍ର ପରିବର୍ତ୍ତନ ସହିତ ଜରାୟୁ କୋଠରୀର ଭିତର ପରଦା (endometrium) ରେ ପରିବର୍ତ୍ତନ ଦେଖାଦିଏ। ଏହି ପରିବର୍ତ୍ତନ ଡିମ୍ବାଶୟ ବା ovary ଦେହରୁ ବାହାରୁଥିବା ଦୁଇଟି ହରମୋନ ଯଥା: ଇଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟରନର ପ୍ରଭାବରେ ହୋଇଥାଏ। ଉପରୋକ୍ତ ହରମୋନ ପ୍ରଭାବରେ ଋତୁଚକ୍ର ପରିବର୍ତ୍ତନ ହେତୁ ମାସିକିଆ ରକ୍ତସ୍ରାବ ହୁଏ। ଏହି ରକ୍ତ ଜରାୟୁର ଯେଉଁ ବାଟ ଦେଇ ପ୍ରଜନନ ନଳୀ ବା vagina ମଧ୍ୟକୁ ଆସିଥାଏ ତାକୁ ଗର୍ଭାଶୟ-ଦ୍ଵାର (Cervix) କହନ୍ତି। ଏହି ଜରାୟୁ-ଦ୍ଵାରରେ ଜରାୟୁ ଝିଲ୍ଲି (endometrium) ଏବଂ ପ୍ରଜନନ ନଳୀ ଝିଲି (vaginal mucosa) ମିଳିତ ହୋଇଥାନ୍ତି ଏବଂ ଏହି ମିଳନ ସ୍ଥଳକୁ ଜଙ୍କସନ ଅଫ୍ ଏକ୍ଟୋ ଏବଂ ଏଣ୍ଡୋ ସର୍ଭିକ୍ସ (junction of ecto & endocervix) କହିଥାନ୍ତି। ଏହି ମିଳନସ୍ଥଳ ବିଭିନ୍ନ କର୍କଟ ରୋଗ ଜନିତ ପଦାର୍ଥ ଦ୍ଵାରା ସହଜରେ ପ୍ରଭାବିତ ହୋଇଥାଏ ଯହିଁରୁ ଜରାୟୁ-ଦ୍ଵାର କର୍କଟ ରୋଗ ଜନ୍ମ ହୋଇଥାଏ।

ପ୍ରଶ୍ନ-୩: ହାରାହାରି କେତେ ଭାଗ ମହିଳା ଜରାୟୁ-ଦ୍ଵାର କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ?

ଉତ୍ତର-୩: ଗର୍ଭାଶୟ-ଦ୍ଵାର କର୍କଟ ରୋଗ ବା କ୍ୟାନସର ସର୍ଭିକ୍ସ (Cancer Cervix) ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି। ସମଗ୍ର ବିଶ୍ୱରେ ଏହି ରୋଗ ପାଞ୍ଚ ଲକ୍ଷ ମହିଳାଙ୍କୁ ଆକ୍ରମଣ କରିଥିବା ବେଳେ ପ୍ରାୟ ବାର୍ଷିକ ଏକ ଲକ୍ଷ ମହିଳା ମୃତ୍ୟୁମୁଖରେ ପଡୁଛନ୍ତି। ଆମ ଭାରତ ବର୍ଷରେ ଏକ ଲକ୍ଷ ମହିଳାମାନଙ୍କ ଭିତରୁ ପ୍ରାୟ ୨୦ ରୁ ୪୦ ଜଣ ଜରାୟୁ-ଦ୍ଵାର କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଆମ ରାଜ୍ୟରେ ମଧ୍ୟ ଜରାୟୁ-ଦ୍ଵାର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଆମର କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରକୁ ଆସୁଥିବା ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା ୩୦ ଭାଗ ମହିଳା ଜରାୟୁ-ଦ୍ଵାର କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏହି ପରିସଂଖ୍ୟାନରୁ ଜରାୟୁଦ୍ଵାର କର୍କଟ ରୋଗର ଭୟାବହତା ସହଜେ ଅନୁମାନ କରାଯାଇପାରିବ।

ପ୍ରଶ୍ନ-୪: କେଉଁ ମହିଳାମାନଙ୍କୁ ଗର୍ଭାଶୟ-ଦ୍ଵାର କର୍କଟ ରୋଗ ହେବା ର ସମ୍ଭାବନା ଅଛି?

ଉତ୍ତର-୪: ବିବାହିତ ମହିଳାମାନେ ଅବିବାହିତ ମହିଳାମାନଙ୍କ ତୁଳନାରେ ବେଶୀ ଆକ୍ରାନ୍ତ ହୋଇଥାନ୍ତି। କମ ବୟସରେ ବାହା ହେଉଥିବା ମହିଳା, ବହୁ ସନ୍ତାନର ଜନନୀ ହେବା ମହିଳା, ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ମହିଳା ତଥା ବହୁ ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ମହିଳାମାନେ ଏହି ରୋଗର ଶିକାର ହୋଇଥାନ୍ତି।

ପ୍ରଶ୍ନ-୫: କେଉଁ କେଉଁ ଲକ୍ଷଣମାନ ପ୍ରକାଶ ପାଇଲେ ଆମେ ଗର୍ଭାଶୟ-ଦ୍ଵାର କର୍କଟରୋଗ ହୋଇଛି ବୋଲି ସନ୍ଦେହ କରିବା?

ଉତ୍ତର-୫: ନିୟମିତ ମାସିକିଆ ଋତୁସ୍ରାବୀ ମହିଳାମାନେ ଯଦି ମାସ ମଝିରେ ଋତୁସ୍ରାବର ଲକ୍ଷଣ ପ୍ରକାଶ କରନ୍ତି ବା ଋତୁସ୍ରାବ ସମୟରେ ପୂର୍ବମାସମାନଙ୍କ ତୁଳନାରେ ଅଧିକ ରକ୍ତସ୍ରାବ ହୁଏ ତେବେ ସେମାନଙ୍କୁ ଆମେ ସନ୍ଦେହ ପରିସରକୁ ଆଣିବା। ପରିଣତ ବୟସରେ ନିୟମିତ ମାସିକିଆ ବନ୍ଦ ହେବା ପରେ ପୁଣି ଋତୁସ୍ରାବ ହେବା ବା ଧଳା ତଥା ଦୁର୍ଗନ୍ଧଯୁକ୍ତ ରସସ୍ରାବ ହେବା ମଧ୍ୟ କର୍କଟ ରୋଗର ଲକ୍ଷଣ ହୋଇପାରେ। ସହବାସ ପରେ ରକ୍ତସ୍ରାବ ହେବା ବା ଲୁଗା ଅଥବା ଶେଯରେ ରକ୍ତଛିଟା ଲାଗିବା ଗର୍ଭାଶୟ-ଦ୍ଵାର କର୍କଟ ରୋଗର ପ୍ରାଥମିକ ଲକ୍ଷଣ ହୋଇପାରେ। ଅଣ୍ଟାବିନ୍ଧା ହେବା ବା ଅଣ୍ଟାବିନ୍ଧା ଲାଗି ରହିବା ମଧ୍ୟ ସନ୍ଦେହ ପରିସରକୁ ଆସିପାରିବ। ଏପରି ଲକ୍ଷଣମାନ ପ୍ରକାଶ ପାଇଲେ ଆପଣ ଡାକ୍ତରଙ୍କ ପରାମର୍ଶ କ୍ରମେ ତୁରନ୍ତ ‘ପାପ୍’ (Pap) ପରୀକ୍ଷା କରାଇ ନିଅନ୍ତୁ।

ପ୍ରଶ୍ନ-୭: କେତେ ଦିନ ଅନ୍ତରରେ ପାପ୍ ପରୀକ୍ଷା କରାଇ ନେବା ଉଚିତ୍?

ଉତ୍ତର-୭: ଆମ ଦେଶରେ ୨୦ ରୁ ୪୦ ବର୍ଷ ବୟସର ମହିଳାମାନେ ପ୍ରତି ତିନିବର୍ଷରେ ଥରେ ଏବଂ ୪୦ ରୁ ୬୦ ବର୍ଷ ବୟସର ମହିଳାମାନେ ପ୍ରତି ବର୍ଷ ଥରେ ପାପ୍ ପରୀକ୍ଷା କରାଇ ନେବା ଉଚିତ୍। କିନ୍ତୁ ୬୦ ବର୍ଷ ବୟସରୁ ଅଧିକ ମହିଳାମାନେ ବର୍ଷରେ ଏକାଧିକ ବାର ତିନିବର୍ଷ ପର୍ଯ୍ୟନ୍ତ ପାପ୍ ପରୀକ୍ଷା କରିବା ପରେ ଯଦି ଗର୍ଭାଶୟ-ଦ୍ଵାର ସୁସ୍ଥ ଥାଏ ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ ପାପ୍ ପରୀକ୍ଷା କରିବାକୁ ପଡିବନାହିଁ।

ପ୍ରଶ୍ନ-୮: ପାପ୍ ଟେଷ୍ଟ ବା ମାଂସ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ଣୟ ପରେ ଚିକିତ୍ସା ପୂର୍ବରୁ କ’ଣ କରାଯାଏ?

ଉତ୍ତର-୮: ପାପ୍ ପରୀକ୍ଷା ବା ମାଂସ ପରୀକ୍ଷା ଜରିଆରେ ରୋଗ ଚିହ୍ନଟ ପରେ ଚିକିତ୍ସା ପୂର୍ବରୁ ରୋଗୀମାନଙ୍କୁ ଚାରିଗୋଟି ଅବସ୍ଥାରେ (Stages) ବର୍ଗୀକରଣ କରାଯାଇଥାଏ।
  • ପ୍ରଥମ ଅବସ୍ଥାରେ: ରୋଗ କେବଳ ଗର୍ଭାଶୟ-ଦ୍ଵାର ତନ୍ତୁରେ ସୀମିତ ଥାଏ। ଏହି ଅବସ୍ଥାରେ ଚିକିତ୍ସା କଲେ ରୋଗୀ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ।
  • ଦ୍ୱିତୀୟ ଅବସ୍ଥାରେ: କର୍କଟ ରୋଗ ଗର୍ଭାଶୟ-ଦ୍ଵାରରୁ ଆରମ୍ଭ ହୋଇ ଜରାୟୁ ଦେହକୁ ମାଡ଼ିଯାଏ।
  • ତୃତୀୟ ଅବସ୍ଥାରେ: ଗର୍ଭାଶୟ-ଦ୍ଵାରରୁ ଆରମ୍ଭ ହୋଇ ପାଖ ତନ୍ତୁ ତଥା ଅସ୍ଥିକୁ ମାଡିଯାଏ।
  • ଚତୁର୍ଥ ଅବସ୍ଥାରେ: କର୍କଟ ରୋଗ ଗର୍ଭାଶୟ-ଦ୍ଵାରରୁ ଆରମ୍ଭ ହୋଇ ପାଖରେ ଥିବା ମୁତ୍ରାଶୟ, ମଳଦ୍ଵାର ତଥା ଅନ୍ୟାନ୍ୟ ଦୂର ଅଙ୍ଗପ୍ରତ୍ୟଙ୍ଗକୁ ମାଡିଯାଏ।

ପ୍ରଶ୍ନ-୯: ଗର୍ଭାଶୟ-ଦ୍ଵାର ରୋଗକୁ ଅବସ୍ଥା ଅନୁସାରେ ବର୍ଗୀକରଣ କରିବା ପରେ କି ଚିକିତ୍ସା କେତେବେଳେ ଦିଆଯାଏ?

ଉତ୍ତର-୯: ରୋଗୀକୁ ଅବସ୍ଥା ଅନୁସାରେ ବର୍ଗୀକରଣ କରିବା ପରେ ଶଲ୍ୟ ଚିକିତ୍ସା (Surgery), ବିକିରଣ ଚିକିତ୍ସା (Radiation), ଔଷଧ ଚିକିତ୍ସା ବା କେମୋଥେରାପି (Chemotherapy) ମାଧ୍ୟମରେ ଚିକିତ୍ସା କରାଯାଇଥାଏ। ରୋଗ ପ୍ରଥମ ଅବସ୍ଥାରେ ଥିଲେ ଶଲ୍ୟ ଚିକିତ୍ସା ମାଧ୍ୟମରେ ଜରାୟୁ, ଡିମ୍ବାଶୟ ଓ ଲସିକା ଗ୍ରନ୍ଥିକୁ ବାହାର କରିଦିଆଯାଏ। ଏହି ପ୍ରକାରର ଶଲ୍ୟ ଚିକିତ୍ସାକୁ ୱାରଦିମ୍ (Wertheim) ଶଲ୍ୟ ଚିକିତ୍ସା କୁହାଯାଏ। ଶଲ୍ୟ ଚିକିତ୍ସା ଦ୍ଵାରା ବାହାର କରାଯାଇଥିବା ମାଂସ ଗୁଡିକୁ ତନ୍ନ ତନ୍ନ କରି ପରୀକ୍ଷା କରି ଗର୍ଭାଶୟ-ଦ୍ଵାର କର୍କଟ ରୋଗର କୋଷିକା ଗୁଡିକ କେତେଦୂର ବିସ୍ତାର କରିଥାନ୍ତି ବା ମେଟାଷ୍ଟାସିସ୍ (Metastasis) ହୋଇଥାଏ, ତାହା ନିର୍ଣ୍ଣୟ କରାଯାଏ ଏବଂ ଆବଶ୍ୟକ ସ୍ଥଳେ ବିକିରଣ ଚିକିତ୍ସା ପ୍ରୟୋଗ କରାଯାଏ। ଯଦି ରୋଗୀ ଦ୍ୱିତୀୟ ବା ତୃତୀୟ ଅବସ୍ଥାରେ ପହଞ୍ଚିଥାଏ ତେବେ ଆନୁପାତିକ ଭାବେ ଶଲ୍ୟଚିକିତ୍ସା ତଥା ବିକିରଣ ଚିକିତ୍ସା ପ୍ରୟୋଗ କରାଯାଇଥାଏ। କିନ୍ତୁ ଚତୁର୍ଥ ଅବସ୍ଥାରେ କେବଳ ବିକିରଣ ଚିକିତ୍ସା ତଥା ଯନ୍ତ୍ରଣା ଏବଂ ଉପଶମ ଚିକିତ୍ସା ବା ପାଲିଏଟିଭ୍ କେୟାର (Palliative Care) ଦିଆଯାଇଥାଏ।

ପ୍ରଶ୍ନ-୧୦: ଭୂତାଣୁ ସଂକ୍ରମଣ ଯୋଗୁ ଗର୍ଭାଶୟ-ଦ୍ଵାର କର୍କଟ ରୋଗ ହୁଏ ବୋଲି ଆପଣ ଜାଣନ୍ତି କି?

ଉତ୍ତର-୧୦: ଗର୍ଭାଶୟ-ଦ୍ଵାର କର୍କଟ ରୋଗ ହ୍ୟୁମାନ ପାପିଲୋମା ଭାଇରସ (Human Papilloma Virus) ବା HPV ନାମକ ଭୂତାଣୁ ଦ୍ଵାରା ହୋଇଥାଏ ବୋଲି ଏବେ ବୈଜ୍ଞାନିକମାନେ ଜାଣିପାରିଛନ୍ତି। HPV ଭୂତାଣୁ (ପ୍ରଜାତି ୧୬, ୧୮) ସଂକ୍ରମଣ ହେବାର ୫ ମାସରୁ ୫ ବର୍ଷ ବା ୧୦ ବର୍ଷ ପରେ ଜରାୟୁ କର୍କଟ ରୋଗ ଆତ୍ମପ୍ରକାଶ କରିଥାଏ।

ପ୍ରଶ୍ନ-୧୧: HPV ଭୂତାଣୁ ସଂକ୍ରମଣକୁ ଆମେ ପ୍ରତିହତ କରି ପାରିବା କି?

ଉତ୍ତର-୧୧: ଏହି ଭୂତାଣୁ ସଂକ୍ରମଣକୁ ଆମେ HPV vaccine (ଏଚ.ପି.ଭି. ଟୀକା) ଦ୍ଵାରା ପ୍ରତିହତ କରିପାରିବା। ମହିଳାମାନଙ୍କର ବୈବାହିକ ଜୀବନ ଆରମ୍ଭ ହେବା ପୂର୍ବରୁ ଏହି HPV ଟୀକା ଦିଆଯାଇପାରିବ। ନଅ ବର୍ଷରୁ ବାର ବର୍ଷ ବୟସର ଝିଅମାନଙ୍କୁ ମଧ୍ୟ ଏହି ଟୀକା ଦିଆଯିବା ଉଚିତ୍।

ପ୍ରଶ୍ନ-୧୨: କିପରି ଭାବେ ଏହି ଟୀକା ଦିଆଯାଏ?

ଉତ୍ତର-୧୨: ଟିଟାନସ୍ ଟକ୍ସଏଡ୍ ଭଳି ଏହି ଟୀକା ହାତ ଖୁଆରେ ମାଂସପେଶୀରେ ଦିଆଯାଏ। ତିନିପାନ (Three doses) ହିସାବରେ ଏହି ଟୀକା ଦିଆଯାଏ। ପ୍ରଥମଟି ନେବାର ଏକ ମାସ ପରେ ଦ୍ୱିତୀୟ ପାନ ଏବଂ ଛଅ ମାସ ପରେ ତୃତୀୟ ପାନ ଟୀକା ଦିଆଯାଏ।

ପ୍ରଶ୍ନ-୧୩: ଟୀକା ନେବା ପରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ?

ଉତ୍ତର-୧୩: ଦରଜ ଭଳି ସାମାନ୍ୟ ଅସୁବିଧା ହୋଇଥାଏ।

ପ୍ରଶ୍ନ-୧୪: ତିନିପାନ ଟୀକା ନେଲେ କ’ଣ ଜରାୟୁ-ଦ୍ଵାର କର୍କଟ ରୋଗ ପ୍ରତିହତ ହୋଇପାରିବ?

ଉତ୍ତର-୧୪: ହଁ, ନିଶ୍ଚୟ ହୋଇପାରିବ।

ପ୍ରଶ୍ନ-୧୫: ଏଥର ଆମର ସ୍ଲୋଗାନ ସହ ତାଳ ମିଳାଇ ଚାଲିବାରେ କିଛି ଅସୁବିଧା ରହିଲା କି?

ଉତ୍ତର-୧୫: ଅତଏବ, ଏଥର ଆସନ୍ତୁ ସମସ୍ତେ ମିଳିମିଶି ‘ଝିଅ ପାଇଁ ଟୀକା - ମାଆ ପାଇଁ ପାପ୍ ପରୀକ୍ଷା’ କାର୍ଯ୍ୟକ୍ରମରେ ସାମିଲ ହୋଇ ଗର୍ଭାଶୟ-ଦ୍ଵାର କର୍କଟ ରୋଗକୁ ଆମ ସମାଜରୁ ନିର୍ମୂଳ କରିବା।
ଝିଅ ପାଇଁ ଟୀକା - ମାଆ ପାଇଁ ପାପ୍ ପରୀକ୍ଷା
EVIDENCE & RESOURCES

Important Sources

Authoritative resources for cervical cancer prevention, HPV vaccination, screening, awareness and women's health.

No. Organization Resource / Topic Use for Webpage Official Source
01 WHO Cervical Cancer Disease overview, prevention and global burden WHO – Cervical Cancer ↗
02 WHO HPV Vaccination HPV vaccination and cervical cancer prevention WHO – Immunizing Against HPV ↗
03 WHO Cervical Cancer Screening Screening and early detection WHO – Screening for Cervical Cancer ↗
04 WHO HPV and Cancer HPV infection, transmission and cancer prevention WHO – HPV and Cancer ↗
05 WHO HPV Vaccine Position Paper Evidence and vaccination schedules WHO – HPV Vaccines Position Paper ↗
06 WHO HPV-Based Screening Guidance Current implementation of HPV-based screening WHO – HPV-Based Screening Guidance ↗
07 WHO Cervical Pre-cancer Guidelines Screening and management of precancerous lesions WHO – Cervical Pre-cancer Guidelines ↗
08 IARC / WHO HPV Vaccination and Cervical Cancer Prevention Scientific evidence on HPV vaccination IARC – HPV Vaccination ↗
09 ICMR Cervical Cancer Research Indian screening recommendations and prevention ICMR – Cervical Cancer Resources ↗
10 ICMR-NICPR Cervical Cancer Screening Screening, HPV testing and vaccination education ICMR – Cervical Cancer Screening ↗
11 ICMR Cervical Cancer Vaccination in India Indian experience and vaccination initiatives ICMR – Vaccination Resources ↗
i Sources are provided for public health education and awareness. Always refer to the latest official guidance for clinical decisions.
SCIENTIFIC PRESENTATION
SLIDE PRESENTATION
Scroll to Top